ରୋଷେଇ ବେଳେ ଦେହରେ ଲାଗିଲା ନିଆଁ

ଜଗତସିଂହପୁର /ଦିଲ୍ଲିପ ସାହୁ : ରୋଷେଇ କରୁଥିବା ବେଳେ ନିଆଁଲାଗି ଘର ସହ ଜଳିଗଲେ ମହିଳା।ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ମହିଳାଙ୍କ ମୃତ୍ୟୁ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତ ବିଧାରପୁର ଗାଁରେ ଘଟିଛି ଏଭଳି ଅଘଟଣ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ମହିଳାଙ୍କ ମୃତ୍ୟୁ ହୋଇଛି।ମୃତ ମହିଳା ସରସ୍ୱତୀ ସେଠୀ।ରଘୁନାଥପୁର ବ୍ଲକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତ ଏକ ନମ୍ବର ୱାର୍ଡ ବିଧାରପୁର ଗାଁର ସୁରେନ୍ଦ୍ର ସେଠୀଙ୍କ ପତ୍ନୀ ତଥା ୱାର୍ଡ ମେମ୍ବର ଥିବା ସରସ୍ୱତୀ ସେଠୀ ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ।

ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ପିନ୍ଧା ଲୁଗାରେ ନିଆଁଲାଗି ସରସ୍ୱତୀଙ୍କ ସହ ଘରେ ନିଆଁଲାଗି ଯାଇଥିଲା। ସରସ୍ୱତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହାୟତାରେ ଜଗତସିଂହପୁର ମେଡିକାଲ ନେଇଥିଲେ।ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ କଟକ ନେଇଥିଲେ ସେଠାରେ ସରସ୍ୱତୀ ମୃତ୍ୟୁ ହୋଇଛି।ସରସ୍ୱତୀଙ୍କ ଦୁଇ ବଖରା ଘର ସହ ସମସ୍ତ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି।