ସୋର: ବେଙ୍ଗାଲୁରୁ ଟ୍ରେନ୍ ଲାଇନ କଡ଼ରୁ ମିଳିଲା ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିପୁର ହଡ଼ରାଗଡ଼ିଆର ପଦ୍ମଲୋଚନ ନାୟକ ଓ ବେହେରଣପୁରର ଶୁଭାଶିଷ ପ୍ରଧାନଙ୍କର ମୃତଦେହ ବେଙ୍ଗାଲୁରୁ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ମିଳିଛି । ଉଭୟ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ଘର ଲୋକ । ଉଭୟ ଯୁବକ ସିକ୍ୟୁରିଟି ଭାବେ କାମ କରୁଥିଲେ ।
ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଭୁବନେଶ୍ୱରକୁ ଆସିବ । ପରେ ଆମ୍ବୁଲାନ୍ସ ଯୋଗେ ସୋରରେ ପହଂଚିବ । ଉଭୟ ଯୁବକଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଦୁଇ ଦିନ ତଳେ ପଦ୍ମଲୋଚନ ଏକ ଟିକଟକ ଭିଡ଼ିଓ କରିଥିଲା । ଯାହା ଖୁବ୍ ଭାଇରାଲ ହୋଇଥିଲା । ଉଭୟଙ୍କ ଶବ ବେଙ୍ଗାଲୁରୁରୁ ଆସିବକ୍ଷ ପାଇଁ ଗ୍ରାମବାସୀ ଆର୍ଥିକ ସହାୟତା କରି କରିଛନ୍ତି ।