ଭୁବନେଶ୍ୱର: ବିଧାନସଭାର ଶୀତକାଳିନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବା ବେଳେ ଏହକୁ ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ତ ହୋଇଛି ବିଜେପି । ୪ ଦଫା ଦାବି ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି । ୧୦ ଦିନ ଧରି ଗୃହ ଅସ୍ୱାଭାବକ ଭାବେ ଚାଲିବା ପରେ ହଠାତ୍ ଗୃହକୁ ବନ୍ଦ କରିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନଦେବା । ମନ୍ୟବର ବାଚସ୍ପତି ଷୋଡ଼ଶ ବିଧାନସଭାର ସମସ୍ତ ଆଠଟି ଅଧିବେଶନକୁ ସ୍ଥିରୀକୃତ ଧାର୍ୟ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ କରିବାକୁ ନେଇ ଅଭିଯୋଗ ପତ୍ର ଦେଇଛି ବିଜେପି । ସେହିପରି ୩ ବର୍ଷ ହେଲା ଗୃହ ଠିକରେ ଚାଲୁନାହିଁ । ୨ ବର୍ଷ ହେଲା ଗୃହକୁ ନେତା ଆସୁନାହାନ୍ତି ।