ଭୁବନେଶ୍ୱର: ଆଜି ଆଧୁନିକ ଓଡିଶାର ଅନ୍ୟତମ ସ୍ରଷ୍ଟା , ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଧାନସଭା ପରିସରରେ ପାଳିତ ହୋଇଯାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ । ଏହି କର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କ ସହିତ ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ବିଧାୟକ ଓ ମନ୍ତ୍ରୀଗଣ ଉପସ୍ଥିତ ରହିଥିଲେ ।ପରେ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।