ମର୍ଣ୍ଣିଂ ୱାକ ବେଳେ ପଡିଗଲେ ଭାଲୁ ହାବୁଡରେ ଆଉ ତାପରେ……

ନୀଳଗିରି: ମର୍ଣ୍ଣିଂ ୱାକ କରିବା ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ ଜଣେ ଯୁବକ । କିନ୍ତୁ ଏହି ସମୟରେ ସାମ୍ନାକୁ ଆସି ଯାଇଥିଲା ଏ ମହାବଳ ଭାଲୁ । ପ୍ରାଣ ବଞ୍ଚାଇବା ପାଇଁ ଦୌଡି ଦୌଡି ସିଧା ଏକ ପୋଖରୀ ଭିତରକୁ ଡେଇଁ ପଡିଥିଲେ ଯୁବକ ଜଣକ । ଫଳରେ ମୃତ୍ୟୁକୁ ଚକମା ଦେଇ ବଞ୍ଚିଯାଇଛନ୍ତି ଏହି ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ନୀଳଗିରି ଉପଖଣ୍ଡରେ ।
ନୀଳଗିରି ଏନଏସି ଅଧୀନ ଘାଟଘରସାହି ଅଞ୍ଚଳର ଗୟାଧର ବେହେରା ମର୍ଣ୍ଣିଂ ୱାକ କରିବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବୁଲାବୁଲି କରିବା ସମୟରେ ହଠାତ ତାଙ୍କ ସାମନାକୁ ଏକ ଭାଲୁ ଆସି ଅତର୍କିତ ଆକ୍ରମଣ କରିଥିଲା । ଫଳରେ କିଛି ବୁଦ୍ଧି ବାଟ ନ ପାଇ ଦୌଡିଥିଲେ ଗୟାଧର । ଏହାପରେ କିଛି ଦୂରରେ ଥିବା ସଙ୍କରାଖୁଣ୍ଟା ପୋଖରୀକୁ ଡେଇଁ ପଡିଥିଲେ । ଭାଲୁ ପାଣିକୁ ସାମାନ୍ୟ ଭୟ କାରିଥାଏ । ଭାଲୁ ସେଠାରୁ ଚାଲିଯିବା ପରେ ସେ ଘରକୁ ଫେରିଥିଲେ ।

ସେହିପରି ବାଇପାସ୍ ରାସ୍ତାରେ ମୁନା ଦାସ ନାମକ ଆଉ ଜଣେ ବ୍ୟକ୍ତି ଘର ଆଗକୁ ଫୁଲ ତୋଳିବା ପାଇଁ ଆସିଥିବା ବେଳେ ଭାଲୁକୁ ଦେଖିଥିଲେ । ସେ ଦୌଡି ପଳାଉଥିବା ବେଳେ ପଡି ଆହତ ହୋଇଛନ୍ତି । ସହରରେ ଭାଲୁ ବୁଲୁଥିବାରୁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।