ପୁରୀ(ଜୟନ୍ତ କୁମାର ସେଠି ):ପୁରୀ ବଳିଆପଣ୍ଡା ରାସ୍ତାର ଦାମୋଦର ରୋଡର ଏସ୍ .ବି.ଆଇ ଏଟିଏମ୍ କୁ ଦୁର୍ବର୍ତ୍ତ ମାନେ ଲୁଟ କରିବା ପାଇଁ ଉଦ୍ୟମ କରି ଏଟିଏମ୍ ସେଣ୍ଟର ଭଙ୍ଗାରୁଜା କରିଛନ୍ତି। ସିସିଟିଭି ଭାଙ୍ଗିବା ପାଇଁ ଉଦ୍ୟମ କରିଛନ୍ତି। ମେସିନରୁ ଲୁଟ ପାଇଁ ଉଦ୍ୟମ କରି ଫେଲ ମାରିଛନ୍ତି। ସେପଟେ ଏସ୍ .ବି .ଆଇ ପକ୍ଷରୁ ସେହି ସ୍ଥାନକୁ ପରିଦର୍ଶନ କରାଯାଇଛି। ସେହି ସ୍ଥାନକୁ ସଫା କରାଯିବା ସହ ଏକ ଏଫଆଇଆର ଟାଉନଥାନରେ ଦିଆଯିବ ବୋଲି ଏସବିଆଇର ଚିଫ ମ୍ୟାନେଜର ବିଜୟ ଶତପଥୀ ସୂଚନା ଦେଇଛନ୍ତି।