ମୟୁରଭଞ୍ଜ/ଦୀପକ ମିଶ୍ର : ବାରିପଦା ସହିଦ ସୃତି ଭଵନ ଠାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜ ଙ୍କ ସମେତ ବୋହୁ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜିଲ୍ଲା ର ବୋହୁ ବିଧାୟକ ଯୋଗ ଦେଇଥିଲେ l ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ଙ୍କୁ ବାର୍ଷିକ ଉତ୍ସବ ଅଵସରରେ ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗଣତନ୍ତ୍ର କୁ ସୁଦୃଢ କରିବା ପାଇଁ ସାମ୍ବାଦିକ ଙ୍କ ଭୂମିକା ଉପରେ ଗୁରୁତ୍ବକ୍ଷରୁପ କରିଥିଲେ କ୍ଷ କୋଭିଡ ସମୟରେ ନିଜ ଜୀବନ କୁ ବାଜି ଲଗାଇ କାର୍ୟ୍ୟ ସମ୍ପାଦନ କରିବା ସହ କୋଭିଡ ସମ୍ବଧୀୟ ସଚେତନତା ବାର୍ତା ପ୍ରଦାନ କରିଥିଲେ ବୋଲି ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେବକ୍ଷ ସହ ଶୁଭେଚ୍ଛା ଜଣାଇଥିଲେ l ଜିଲ୍ଲାର ବିକାଶ ଦିଗରେ ସାମ୍ବାଦିକ ଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ ଏବଂ ସାମ୍ବାଦିକ ଟିଏ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରିବା ସହିତ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଧତା କୁ ବୁଝିବା ଜରୁରୀ ବୋଲି ବୈଠକ ରେ ଉପସ୍ଥିତ ଅତିଥି ମାନେ ନିଜ ବକ୍ତ୍ୟବ ରେ କହିଥିଲେ କ୍ଷ ବୈଠକ ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା l