ସନ୍ତୋଷ ଟ୍ରଫି ଖେଳାଳୀ ବନବୀର ବେହେରାଙ୍କ ପରଲୋକ

ରାଉେକେଲା : ବରିଷ୍ଠ ଫୁଟବଲ ଖେଳାଳୀ ବନବୀର ବେହେରାଙ୍କ ପରଲୋକ ହୋଇଛି । ସେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ଥିଲେ । ରାଉରକେଲା ଇସ୍ପାତ କାରଖାନାରେ କ୍ରୀଡା କୋଟାରେ ଚାକିରୀ କରିଥିଲେ ବନବୀର । ବନବୀରଙ୍କ ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ହେତୁ ଦେହାନ୍ତ ହୋଇଯାଇଛି ।

 

୧୯୯୧ ମସିହାରେ ସେ କାରଖାନାରେ ଚାକିରୀ ଆରମ୍ଭ କରିଥିଲେ । ସ୍ୱର୍ଗତଃ ଶ୍ରୀ ବନବୀର ପ୍ରାୟ ୧୦ ବର୍ଷ କାଳ ଆନ୍ତଇସ୍ପାତ ଫୁଟବଲ୍ ପ୍ରତିଯୋଗୀତାରେ ନେଇଥିଲେ । ଏଥିସହ ସେହି ପ୍ରତିଯୋଗିତାରେ ସନ୍ତୋଷ ଟ୍ରଫିର ପ୍ରତିନିଧିତ୍ୱ କରିଥିଲେ । ହେଲେ ବିଗତ ଦୁଇଦିନ ହେଲା ସେ ଅସୁସ୍ଥ ଥିଲେ । ଏହାପରେ ତାଙ୍କୁ ଆଇଜିଏଚର ଆଇସିୟୁରେ ଭର୍ତ୍ତି କରାଯାଇଥିଲେ । ମାତ୍ର ଚିକିତ୍ସା ସମୟରେ ହିଁ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ଦେହାନ୍ତ ଖବର ପାଇ ବିଭିନ୍ନ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।