ମୋବାଇଲ ଫୋନ ଲୁଟ ଉଦ୍ୟମ, ବାଇକ ଭାଙ୍ଗି ମାଡ ମାରି ଗୁରୁତର ଆହତ କରିଥିବା ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ଗତ ୮ ତାରିଖ ଦିନ ରାତି ପ୍ରାୟ ୧୧.୩୦ସମୟରେ ବିଜେବି ନଗରରେ ରହୁଥିବା ବରିଷ୍ଠ ସାମ୍ବାଦିକ ଅଶୋକ ମହାନ୍ତିଙ୍କ ପୁଅ ରଜତ ମା’ଙ୍କ ପାଇଁ ଔଷଧ ନେଇ ଘରକୁ ପେରୁଥିବା ସମୟରେ, ଆକସ୍ମିକ ଭାବେ ସ୍ଥାନୀୟ ବଡଗଡ ଅଞ୍ଚଳର ତିନିଜଣ ଅସାମାଜିକ ଯୁବକ କଳ୍ପନା ସିନେମା –ବଡଗଡ ମୁଖ୍ୟ ରାସ୍ତାର ସମ୍ମୁଖରେ ମୋବାଇଲ ଫୋନ ଲୁଟ ଉଦ୍ୟମ କରିଥିଲେ ।ରଜତ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରୁ ‘ପପୁ ଜେନା’ ନାମକ ଜୈନକ ଅସାମାଜିକ ଯୁବକ ମାଡ ମାରି ଗୁରୁତର ଆହତ କରିବା ସହ ବାଇକଟିକୁ ଭାଙ୍ଗି ଦେଇଥିଲେ ।

ପରଦିନ ରଜତଙ୍କ ବାପା ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନା ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ‘ପପୁ’କୁ କାବୁ କରି ଥାନାରେ ଅଟକ ରଖି ଚଦନ୍ତ ଚାଲୁ ରଖିଥିବା ସୂଚନା ମିଳିଛି ।