ସ୍ୱୟଂଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ସାଲେପୁର: ସ୍ୱୟଂଶାସିତ ମହାବିଦ୍ୟାଳୟର୫୯ତମ ପ୍ରତିଷ୍ଠା ଦିବସ ପାଳିତ । ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁରରେ  ସମାରୋହରେ ସାଲେପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ସହିତ ମୁଖ୍ୟ ଅତିଥି ଭାବେ ଦେଇଥିଲେ ।  ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ମହାବିଦ୍ୟାଳୟର ନବ ନିର୍ମିତ ଫନି ସହାୟତା ଶ୍ରେଣୀ ବିକାଶ ଗୃହ ,ସହାୟକ ଶ୍ରେଣୀ ବିକାଶ ଗୃହ ଏବଂ ବିଧାୟକଙ୍କ ହାତ ପାଣ୍ଠିରେ ନିର୍ମିତ ଜୀବ ବିଜ୍ଞାନ ବିଭାଗ ନୂତନ ଗୃହକୁ ଉଦଘାଟନ କରିବାଥିଲେ ।  ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ମହାବିଦ୍ୟାଳୟର ଗୌରବ ମୟ ସ୍ୱର୍ଣୀମ  ଇତିହାସକୁ ସ୍ମରଣ କରିବା ସହ ଶିକ୍ଷାକୁ ନିଜ ଜୀବନରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ।  ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ  ମଧ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ସହଯୋଗ କରିଥିଲେ।