ଆସନ୍ତା୯ ସେପ୍ଟେମ୍ବରରେ ଜୟପାଟଣା କୋର୍ଟ ପରିସରରେ ଅନୁଷ୍ଠିତ ହେବ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜୟପାଟଣା : ଆସନ୍ତା ସେପ୍ଟେମ୍ବର ମାସ ତାରିଖ ଦିନ ଜୟପାଟଣା କୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।ଏଥିରେ  ଦେୱାନି,ଫୌଜଦାରୀ, ମୋଟର ଦୁର୍ଘଟଣା କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ହୋଇପାରିବ। ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଅମଲଯୋଗ୍ୟ ଅଟେ। ଏଣୁ ଜନସାଧାରଣଙ୍କୁ ଏହାର ଲାଭ ଉଠାଇବା ପାଇଁ ଅବଗତ କରାଯାଇଛି।ନିକଟସ୍ଥ ତାଲୁକ ଆଇନ ସେବା କାର୍ୟ୍ୟାଳୟ ସହ ଯୋଗାଯୋଗ ପାଇଁ କୁହାଯାଇଛି