ଯାଜପୁର ବରୀ; (ପ୍ରଶାନ୍ତ ଦ୍ୱିବେଦୀ):-ଚକାଡୋଳା ଯୁବ ପରିଷଦ ପକ୍ଷରୁ ୩୮ ତମ ଘୋଷଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତ ଙ୍କ ଗ୍ରହଣ ରେ ମହାପ୍ରଭୁ ଙ୍କ ଧାଡ଼ି ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା ପରେ ଗଜପତି ମହାରାଜା ଆଦିତ୍ୟ ମେକାପ ଙ୍କ ଛେରା ପହଁରା ନୀତି ସମ୍ପନ୍ନ ପରେ ପୂଜକ କିଶୋର ଚନ୍ଦ୍ର ପାଢି ସାରଥୀ ଘୋଡ଼ା ଯୋଟା ପରେ ଚାର ମାଳ ଫିଟାଇ ଥିଲେ । ପରେ ରଥ ଟଣା ଆରମ୍ଭ ହୋଇ ରଥ ବରୀ ଆନନ୍ଦପୁର ଠାରୁ ମୁଖ୍ୟ ବଜାର ଅଭିମୁଖେ ବାହାରିଥିଲା। ସେହିପରି ବରୀ ଅରଙ୍ଗାବାଦ୍ ଠାରେ ମଧ୍ୟ ବହୁ ଆଡ଼ମ୍ବରରେ ରଥ ଯାତ୍ରା ପାଳନ ହୋଇଯାଇଛି। ଅରଙ୍ଗାବାଦ୍ ବେହେରା ସାହି ପାଖରୁ ରଥ ବାହାରି ଅର୍ୟୁନି ପଣ୍ଡାଙ୍କ ବାସଭବନ ଅଭିମୁଖେ ବାହାରିଥିଲା।ଘଣ୍ଟ ଘଣ୍ଟା ହରିବୋଲ ହୁଳ ହୁଳି ରେ କମ୍ପିଉଠିଥିଲା ଅଞ୍ଚଳ। ହଜାର ହଜାର ସଂଖ୍ୟା ରେ ଭକ୍ତ ରଥ ଦଉଡ଼ିକୁ ଧରି ଟାଣି ନେଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବରୀ ପୋଲିସ ସୁରକ୍ଷା ବ୍ୟବସ୍ଥା କୁ ବ୍ୟାପକ କରିଥିବା ବେଳେ ଥାନା ଅଧିକାରୀ ଉପସ୍ଥିତ ରହି ତଦାରଖ କରିଥିଲେ। ହଜାର ହଜାର ଭକ୍ତ ଙ୍କ ସମାଗମ ରେ ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହୋଇଥିଲା ବରୀ ଅଞ୍ଚଳ।