ନୟାଗଡ଼ -: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ରେ ପ୍ରତି ବର୍ଷ ଭଳି ଏ ବର୍ଷ ୧୧ତମ କୁଆଁରିଆ ମହୋତ୍ସବ ପାଳନ କରାଯାଇଛି। ଲଙ୍କାପୋଡି ଯାତ୍ରା ର ପରଦିନ କୁଆଁରିଆ ମହୋତ୍ସବ ପାଳିତ ହୋଇଥାଏ। ଏ କ୍ରମରେ ଗୁରୁବାର ସନ୍ଧ୍ୟାରେ ଧୂମାଧାମରେ ଆରମ୍ଭ ହୋଇଥିଲା ମହୋତ୍ସବ । ପ୍ରଥମ ଦିନର ଉଦଘାଟନୀ ଉତ୍ସବ ରେ ଉଦଘାଟକ ଭାବେ ମାନ୍ୟବର ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ମୁଖ୍ୟ ଅତିଥି ସୁକାନ୍ତ କୁମାର ପାଣିଗ୍ରାହୀ ଥିବାବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଏନଏସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଥିବାବେଳେ ମୁଖ୍ୟ ବକ୍ତା ବିଶିଷ୍ଠ ସାହିତ୍ୟକ କୃଷ୍ଣ କେଶବ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ। ମହୋତ୍ସବର ସମ୍ପାଦକ କିଶୋର ଚନ୍ଦ୍ର ସାହୁ ବିବରଣୀ ପାଠ କରି ମଞ୍ଚ ପରିଚାଳନା କରିଥିବା ବେଳେ ସୁଭାଶିଷ ସାହୁ ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବ ତିନି ଦିନ ଧରି ପାଳିତ ହେଉଥିବାରୁ ମଞ୍ଚରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଏଥିରେ ଦେଖିବାକୁ ମିଳିଥାଏ ।