(ରିପୋଟର୍ସଟୁଡେ): ଜାମ୍ମୁୁ କାଶ୍ମୀରରେ ଆତଙ୍କବାଦୀମାନେ ପୁୁଣୀଥରେ ଆକ୍ରମଣ କରିବାକୁୁ ଚେଷ୍ଟା କରିଛନ୍ତି । ବୁଧବାର ଦିନ (୧୨ ସେପ୍ଟେମ୍ବର) ଆତଙ୍କବାଦୀମାନେ ନ୍ୟାସନାଲ୍ ହାଇୱେକୁ ନିସାନା କରି ଆକ୍ରମଣ କରିଥିଲେ । ସୂଚନାଅନୁୁଯାୟୀ, ଏକ ଟ୍ରକରେ ୩ ରୁ ୪ ଜଣ ଆତଙ୍କବାଦୀ ନ୍ୟାସନାଲ ହାଇୱେକୁ ପାର କରିବାପାଇଁ ଚେଷ୍ଟା କରୁଥିଲେ ଏବଂ ଏହି ସମୟରେ ସେମାନେ ସୁୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଜଣେ ସୁୁରକ୍ଷାକର୍ମୀ ଆହତ ହୋଇଥିବାର ଜଣାପଡିଛି । ପୋଲିସ ଏବଂ ସେନା ପକ୍ଷରୁ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରାଯାଇଛି ।
ସୂଚନା ଅନୁଯାୟୀ, ହାଇୱେ ପାଖରେ ଏକ ଟ୍ରକରେ ପୋଲିସକୁ ଏକେ-୪୭, ମୋଗ୍ଜିନ୍ ଏବଂ ଅନେକ ରାଇଫଲ୍ ମିଳିଛି । ଏହି ଟ୍ରକର ଡ୍ରାଇଭର ଏବଂ ହେଲପରକୁ ସୁୁରକ୍ଷାକର୍ମୀ ନିଜ କଷ୍ଟିଡକୁ ନେଇଛନ୍ତି । ଏହା ସହିତ ଅନ୍ୟଏକ ଟ୍ରକରୁ ୨ରୁ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଖସିପଳାଉଥିବାବେଳେ ସେନା ପକ୍ଷରୁ ସେମାନଙ୍କୁୁ ଧରିବା ପାଇଁ ଚେଷ୍ଟା କରାଯାଉଛି ।
ନ୍ୟାସନାଲ ହାଇୱେ ରେ ହୋଇଥିବା ଏହି ଘଟଣା ପରେ ପ୍ରଶାସନ ତରଫରୁ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଏହା ସହିତ ଏହି ହାଇୱେ ଉପରେ ଯାଉଥିବା ସମସ୍ତ ଗାଡିଗୁଡିକ ଉପରେ ପାବନ୍ଧି ଲଗାଯାଇଥିଲା । ପ୍ରଶ।।ସନିକ ଅଧିକାରୀଙ୍କ କହିବା ଅନୁଯାୟୀ ଯେପର୍ଯ୍ୟନ୍ତ ସେଠାକାର ସ୍ତିତିରେ ସୁଧାର ନ ଆସିଛି ସେ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ନ୍ୟାସନାଲ୍ ହାଇୱେର ପରିସ୍ତିତିକୁୁ କାବୁ କରିବା ପାଇଁ ସେନର ଅଧିକ ଜବାନଙ୍କୁୁ ସେଠାରେ ମୁତୟନ କରାଯାଇଛି ।