ଭୁବନେଶ୍ୱର: ଉପର ମୁହାଁ ହେଲାଣି ପାରଦ । ମାର୍ଚ୍ଚ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା । କଲବଲ କଲାଣି ତାତି । ସକାଳୁ ସକାଳଚ ଘରୁ ବାହାରିବା କଷ୍ଟକର ହୋଇଗଲାଣି । ସେହିପରି ଆଜି ୨ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠାରୁ ଉତପ୍ତ ସହର ପାଲଟିଛି । ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ମଧ୍ୟ ୩୬.୮ ଡିଗ୍ରୀ ରହିଛି ।
ସେପଟେ ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତ ବର୍ଷ ଫେବୃଆରୀ ମାସ ତାପମାତ୍ରା । ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା । ଏହାର ଅର୍ଥ ହେଉଛି ଏହା ଗତ ୧୨୫ବର୍ଷ ମଧ୍ୟରେ ଉତ୍ତପ୍ତ ଫେବୃଆରୀ ମାସର ରେକର୍ଡ କରିଛି । ତେବେ ଫେବୃଆରୀ ମାସରେ ଭାରତରେ ହାରାହାରି ତାପମାତ୍ରା ୨୨.୦୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ଠାରୁ ୧.୩୪ଡିଗ୍ରୀ ସେଲସିୟସ ଅଧିକ ।
ସେପଟେ ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଏହାର ପାଣିପାଗ ପୂର୍ବାନୁମାନରେ କହିଛି ଯେ, ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ କିଛି ଉତ୍ତର – ପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ଛାଡି ଦେଲେ , ମଧ୍ୟ ଏବଂ ଉତ୍ତର ଭାରତରେ ରେକର୍ଡ ଭଙ୍ଗା ଗରମ ଅନୁଭୂତ ହେବ ।