ଭୁବନେଶ୍ବର : ପରଲୋକରେ ହାସ୍ୟ ଅଭିନେତା ଅଜୟ ନାୟକ । ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିଲା । ଦୀର୍ଘ ବର୍ଷ ଧରି ହସଉ ଥିବା ମଣିଷ ଟି ଆଜି ହଠାତ ନିରବି ଯାଇଛି ।
ସୂଚନା ଅନୁଯାୟୀ , ସେ ରବିବାର ସନ୍ଧ୍ୟାରେ ଘର ନିକଟସ୍ଥ ବଜାରରୁ ସଉଦା କରି ଫେରୁଥିବାବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ନିଖୁଣ ଅଭିନୟ ସମଗ୍ର ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।