ନେପାଳରେ ବ୍ୟାନ ହେଲା ଟେଲିଗ୍ରାମ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନେପାଳରେ ବ୍ୟାନ ହେଲା ଟେଲିଗ୍ରାମ୍ । ବଢ଼ୁଥିବା ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂର ମୁକାବିଲା କରିବା ପାଇଁ ନେପାଳ ସରକାର ଏହି ପଦକ୍ଷେପ ନେଇଛନ୍ତି । ସରକାର ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’କୁ ତୁରନ୍ତ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, “ନେପାଳରେ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅନଲାଇନ୍ ଠକେଇ ସଂଖ୍ୟା କ୍ରମାଗତ ଭାବେ ବଢୁଛି ଏବଂ ଏହା ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା  ସୂଚାଉଛି । ତେଣୁ ସମସ୍ତ ସମ୍ପୃକ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କୁ ତୁରନ୍ତ ଟେଲିଗ୍ରାମ ଆପ୍‌କୁ ବନ୍ଦ/ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଏହାରି ମାଧ୍ୟମରେ ଫେକ୍ ଚାକିରିର ଚାନ୍ସ, କ୍ରିପ୍ଟୋ ଠକେଇ ଭଳି ଅନ୍ୟାନ୍ୟ ପ୍ରଲୋଭନମୂଳକ ଠକେଇ ହେଉଛି । ଅନ୍ୟପଟେ ଏହି ପ୍ରସଙ୍ଗ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଆଲୋଚନା ବୈଠକ କରିଥିଲେ । ଟେଲିଗ୍ରାମ ସହିତ ଜଡିତ ଥିବା ମନି ଲଣ୍ଡରିଂର ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏକ ସରକାରୀ ଚିଠି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି ।