(ଜୟନ୍ତ କୁମାର ସେଠୀ)ଗୋପ: ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୟନ୍ତୀ ଙ୍କୁ ଗୁରୁଦିବସ ଭାବେ ପାଳିତ ହୋଇଆସୁଛି ଓ ପୁରୀ ଟାଉନ ହାଲ ଠା ରେ ବହୁ ଆଡ଼ମ୍ବରେ ଗୁରୁଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦ୍ଵୀପ ପ୍ରଜ୍ଜ୍ୱଳନ କରିବାପରେ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିଥିଲେ। ପରେ ସଂଗିତ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ସତ୍ୟବାଦୀ ବ୍ଳକ ସ୍ଥିତ ପରଜାପଡା ଠାରେ ଥିବା ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଥିବା ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ସହ ଧୁପ, ଦୀପ ଦେଇ ପ୍ରର୍ଥନା କରାଯାଇଥିଲା।
ସେହିପରି କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଗୁରୁଜୀ ଓ ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଆଦର୍ଶ ଶିଷ୍ୟ ଓ ଶିଷ୍ୟା ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଶ୍ରମ ପକ୍ଷରୁ ପୁରସ୍କାର ଓ ମାନପତ୍ର ବିତରଣ କରାଯାଇଥିଲା । ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ଆଦର୍ଶ ଶିଷ୍ୟ ଆରୁଣି ନାଟକ ଓ ସଚେତନ ଧର୍ମୀ ନୃତ୍ୟ ସଂଗୀତର କାର୍ୟକ୍ରମ ହୋଇଥିଲା। କୋଣାର୍କ ନାଟ୍ୟମଣ୍ଡପର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ବିଶେଷ ଢଙ୍ଗରେ ଗୁରୁପୂଜନ କରିବା ସହ ନାଟ୍ୟମଣ୍ଡପ ପରିସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଓଡିଶୀ ଓ ଗୋଟିପୂଅ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଭେଙ୍କଟେଶ୍ୱର ସ୍ୱୁଲ, ଜବାହାର ନବୋଦୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଆଶ୍ରମ ସ୍କୁଲ, କୋଣାର୍କ ହାଇସ୍କୁଲ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ପୂଜା କରିଥିଲେ । ଏହି ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ, ଚିତ୍ରାଙ୍କନ, ବକୃତା, ପ୍ରବନ୍ଧ, କବିତା, ଫ୍ୟାନସି ଡ଼୍ରେସ ପ୍ରଭୃତି ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।