ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ୩ ପ୍ରକାର ଚା

ମଧୁମେହ ଏମିତି ଏକ ରୋଗ ଯେଉଁଥିପାଇଁ ଆମକୁ ସର୍ବଦା ଆମ ଜୀବନଶୈଳୀକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ।

(ଭୁବନେଶ୍ୱର) : ମଧୁମେହ ଏମିତି ଏକ ରୋଗ ଯେଉଁଥିପାଇଁ ଆମକୁ ସର୍ବଦା ଆମ ଜୀବନଶୈଳୀକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମଧୁମେହ ରୋଗୀଙ୍କୁ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯଦି ସେମାନେ ଖାଦ୍ୟ ନିୟନ୍ତ୍ରଣ ନକରନ୍ତି ତେବେ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଏ ଖବର ଆପଣଙ୍କ ପାଇଁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ। ଏହି ରୋଗ ଦୀର୍ଘ ସମୟ ଧରି ରକ୍ତରେ ସୁଗାର ସ୍ତର ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ନିୟନ୍ତ୍ରଣାକରେ ସହାୟକ ହେଉଥିବା ଚା ସମ୍ପର୍କରେ

ମଧୁମେହ ରୋଗୀ ପିଅନ୍ତୁ ଏହି ତିନି ପ୍ରକାର ଚା

ବ୍ଲାକ୍ ଟି- ବ୍ଲାକ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯେଉଁ ଉଦ୍ଭିଦରୁ କଳା ଚା ଉତ୍ପନ୍ନ ହୁଏ, ସେଥିରେ ଥେଫ୍ଲେବିନ୍ସ ଏବଂ ଥରୁବିଗିନ୍ସ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ, ଯାହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଆପଣ ଦିନକୁ ୨ରୁ ୩ ଥର ବ୍ଲାକ ଟି ପିଇ ପାରିବେ ।

ମନ୍ଦାର ଫୁଲ ଚା– ମଧୁମେହ ରୋଗୀଙ୍କ ପାଇଁ ମନ୍ଦାର ଫୁଲ ଚା ଖୁବ୍ ଲାଭଦାୟକ। ଏଥିରେ ପଲିଫେନୋଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଏନ୍ଥୋସାୟାନିନ୍ ପରି ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମନ୍ଦାର ଫୁଲ ଚା କେବଳ ଇନସୁଲିନ୍ ହରମୋନର ସନ୍ତୁଳନ ରଖେନାହିଁ, ବରଂ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ଡାଲଚିନି ଚା- ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକମାନେ ଡାଲଚିନିର ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଚାକୁ ନିୟମିତ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା କମିଯାଏ। ଏହା ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ।