ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ସହରରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିଉଛି । ଘରେ ପଶି କର୍ମଚାରୀମାନେ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରି ଦେଉଛନ୍ତି । ଏନେଇ ଉପଭୋକ୍ତା ମାନଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ସହ ଏଭଳି ବେଆଇନ କାର୍ୟ୍ୟର ପ୍ରତିବାଦ କରିଥିଲେ । ପରେ ସେମାନେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଟାଟା ପାୱାରର ଅଧିକାରୀଙ୍କୁ ତୁରନ୍ତ ଏକ କମିଟି ଗଠନ କରି ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ । ଆସନ୍ତା ବୁଧବାର ମଧ୍ୟରେ ଏହି କମିଟିର ରିପୋର୍ଟ ଆଧାରରେ ଉପଭୋକ୍ତାଙ୍କ ପାଇଁ ନୂଆ ଏସଓପି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।