ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତମନ୍ନା । ବର୍ତ୍ତମାନ ବଲିଉଡ ସୁନ୍ଦରୀ ତମନ୍ନାଙ୍କ ବିବାହ ପାଇଁ ି ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଉଭୟ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ସିନେମାର କାମ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତମନ୍ନା । କିନ୍ତୁ ବର୍ତ୍ତବାନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତମନ୍ନା ।
ସୂଚନାମୁତାବକ, ମୁମ୍ବାଇର ଜଣେ ଯୁବ ବ୍ୟବସାୟୀଙ୍କ ସହ ସର୍ମ୍ପକରେ ରହିଛନ୍ତି ତମନ୍ନା । ତେବେ ଯୁବ ବ୍ୟବସାୟୀଙ୍କ ସହ ତମନ୍ନା ବିବାହ କରିବା ନେଇ ବର୍ତ୍ତମାନ କଳ୍ପନାଜଳ୍ପନା ଜାରି ରହିଛି । ତମନ୍ନା ବିଜନେସ୍ମ୍ୟାନଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏବଂ ବିବାହ ପାଇଁ ହଁ ବି କହିଛନ୍ତି । ଯଦିଓ ଅଭିନେତ୍ରୀ ନିଜ ବିବାହ ଖବରକୁ ଏ ପର୍ୟ୍ୟନ୍ତ ନିଶ୍ଚିତ କରି ନାହାଁନ୍ତି। ତେବେ ତମନ୍ନା ଭାଟିଆ ଜଲ୍ଦି ନିଜ ବିବାହକୁ ନେଇ ଅଫିସିଆଲ ଘୋଷଣା କରି ପାରନ୍ତି।
ତେବେ ଶେଷଥର ପାଇଁ ତମନ୍ନା ବବଲି ବାଉନ୍ସର ଏବଂ ପ୍ଲାନ ଏ ଏବଂ ପ୍ଲାନ୍ ବି ରେ ଦେଖିବାକୁ ମିଳିଥିଲା ।ଉଭୟ ଚଳଚ୍ଚିତ୍ର ଗତ ସେପ୍ଟମ୍ବରରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ତମନ୍ନାଙ୍କ ହାତରେ ଗୁରୁଥଣ୍ଡା ସେଥାକାଲମ, ଏଫ-୩, ବୋଳେ ଚୁଡିୟାନ, ଭୋଲା ଶଙ୍କର ସହ ବିଭିନ୍ନ ପ୍ରୋଯେକ୍ଟ ରହିଛି ।