ତାଳଗୁଡ଼ ମା ଡୋକରି ଦେବିଙ୍କ ମସ୍ତକ ସ୍ଥାପନ ଉତ୍ସବ ଆୟୋଜିତ

କଳାହାଣ୍ଡି / ଗୋଲାପ ସାହୁ : ଆସି ଯାଇଛି ପାର୍ବଣ ଋତୁ ଧାରା। ଆଜି ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ଆଜି ପ୍ରତିପଦା ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାଳଗୁଡ଼ ମା ଡୋକରିଙ୍କ ରୀତିନୀତି ଅନୁଯାୟୀ ମସ୍ତକ ସ୍ଥାପନ ଉତ୍ସବ ଆୟୋଜିତ କରାଯାଇଛି । ପ୍ରତିପଦା ତିଥିରେ ମା ଙ୍କ ମସ୍ତକ ସ୍ଥାପନ ହୋଇ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।ତାଳଗୁଡ଼ ମା ଡୋକାରୀ ଅଞ୍ଚଳରେ ଏକ ପ୍ରତକ୍ଷ୍ୟ ଦେବୀ ରୂପେ ପରିଚିତ ଥିବା ବେଳେ ଅନେକ ଜିଲ୍ଲା ସହ ରାଜ୍ୟ ବାହାରୁ ମଧ୍ୟ ଏଠାକୁ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି।

ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଜଗୁ କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା ହୋଇଥିବା ବେଳେ ସର୍ବସାଧାରଣଙ୍କ ମନା ସହ ସଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିଲା।କିନ୍ତୁ ଏବର୍ଷ କୋଭିଡ କଟକଣା ହଟିବା ପରେ ମହା ସମାରୋହରେ ପୂଜାର୍ଚ୍ଚନା ସହ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଦ୍ଵାର ଖୋଲା ରହିଛି। ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ରଖା ଯାଇଛି ।ଦୁଇ ବର୍ଷ ଲୋକେ ମାଙ୍କ ଦର୍ଶନରୁ ବଂଚିତ ଥିବା ବେଳେ ଏଥର ପ୍ରବଳ ଭକ୍ତ ସମାଗମ ହେବ ବୋଲି ଆଶା କରାଯାଉଛି।

ଅଷ୍ଟମୀ ଦିନ ବାନେର ,ଜୟପାଟଣା ଡୋକରି ଙ୍କ ଲାଠି ସହ ଜୟପାଟଣା ଜମିଦାର ଅଞ୍ଚଳରେ ଥିବା ସମସ୍ତ ଦେବୀ ଦେବତାଙ୍କ ଲାଠି ତାଳଗୁଡ଼ ପୀଠ କୁ ଯାଇ ସେଠାରେ ମହାଅଷ୍ଟମୀ ନିଶାର୍ଦ୍ଧ ପୂଜା ଅନୁଷ୍ଠିତ ହେବ।ଏହି ପୂଜା ତଥା ମା ଙ୍କ ମଙ୍ଗଳ ରୂପ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁ ଙ୍କ ମନରେ ଆନନ୍ଦ ଖେଳି ଯାଇଛି। ଆଜି ଠାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିବା ବେଳେ କାଲି ଠାରୁ ପ୍ରବଳ ଭିଡ ହେବ ବୋଲି ଆଶା କରାଯାଉଛି।।