ଭୁବନେଶ୍ୱର: ଶୁଭଲକ୍ଷ୍ନୀଙ୍କ ଆତ୍ମହତ୍ୟା ମାମଲା ପରେ ଆକ୍ସନ ମୋଡରେ ଅବକାରୀ ବିଭଗ । ଏଣିକି ବାରରେ ନବାଳିକା ନିୟେଜିତ କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ଖୁବ ଶୀଘ୍ର ରାଜଧାନୀରେ ଥିବା ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢାଉ । ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି ।ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ ।
୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ଉପରେ ହେବ କାର୍ୟ୍ୟାନୁଷ୍ଠାନ । ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ କହିଛନ୍ତି।