ଭଞ୍ଜନଗର: ଭଞ୍ଜନଗର ତହସିଲଦାର କାଯ୍ୟାଳୟରେ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି । କାଯ୍ୟାଳୟରେ ଜୈନିକ କର୍ମଚାରୀ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ମାଗୁଥିବା ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଅଭିଯୋଗ ଆଣିବା ସହ ଜଣେ କର୍ମଚାରୀ ମଦ୍ୟପାନ କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଏ ନେଇ ତହସିଲଦାର କାଯ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ଘଟଣା ପ୍ରକାରେ,ନଗରପାଳ ଗୋପବନ୍ଧୁ ମହାପାତ୍ର ପଟ୍ଟା ସମ୍ବନ୍ଧୀୟ କାଯ୍ୟରେ ତହସିଲଦାର ଅଫିସକୁ ଯାଇଥିବା ବେଳେ ବରିଷ୍ଠ ରାଜସ୍ୱ ସହାୟକ କର୍ମଚାରୀ ଜଣଙ୍କ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଅନ୍ୟ ଜଣେ କର୍ମଚାରୀ ଦୁର୍ଗା ମାଧବ ପାତ୍ର ମଦ୍ୟପାନ କରି ନଗରପାଳ ଶ୍ରୀ ମହାପାତ୍ର ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।
ଏହା ପରେ ଅଧ୍ୟକ୍ଷ ଙ୍କୁ ଦୁର୍ବ୍ୟବହାର ଏବଂ ପକେଟ୍ ଖର୍ଚ୍ଚ ମାଗିବାକୁ ବିରୋଧୀ କରି ବରିଷ୍ଠ ଆଇନଜୀବୀ ଏମ.ତାଜ ଆଦେନୀ, ରବି ଦାସ, ଖରାଅଂଶୁ ଶେଖର ଦାସ, ସତ୍ୟ ପ୍ରଧାନଙ୍କ ସମେତ ଏନଏସିର ସମସ୍ତ କାଉନସିଲର ଏବଂ ବହୁ ସମର୍ଥକ କାଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ। ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପହଞ୍ଚି ଆଲୋଚନା କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସମ୍ପୁକ୍ତ କର୍ମଚାରୀ ଙ୍କ ବିରୋଧରେ କାରଣ ଦର୍ଶଆ ନୋଟିସ ଜାରି କରାଯିବା କହିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା । ଘଟଣାକୁ ନେଇ ନଗରପାଳ ଶ୍ରୀ ମହାପାତ୍ର ଦୁର୍ବ୍ୟବହାର କରିଥିବା କର୍ମଚାରୀ ଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତେବେ ତହସିଲ କାର୍ୟ୍ୟାଳୟରେ କୌଣସି କାଗଜପତ୍ର କିମ୍ବା ପଟ୍ଟା ନିମନ୍ତେ ସାଧାରଣ ଲୋକ ଟିଏ ଗଲେ ହାତଗୁଞ୍ଜାନ ଦେଲେ କାଯ୍ୟ ହେଉନଥିବା ବେଳେ ସାଧାରଣ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ଖୋଦ୍ ବିଜେଡି ସମର୍ଥିତ ଏନ୍ ଏସି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଅଭିଯୋଗ ଆଣିଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି।