ଶପଥ ନେଉ ନେଉ ଇସ୍ତଫା ଦେଲେ ସ୍ୱିଡେନ ପ୍ରଧାନମନ୍ତ୍ରୀ

ଷ୍ଟକ୍ହୋମ୍: ସ୍ବିଡେନ୍ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ ମାଗ୍ଡାଲେନା ଆଣ୍ଡରସନ୍। କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୭ ଘଣ୍ଟା ପରେ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବା ପରେ ସେ ସେଣ୍ଟର ଲେପ୍ଟ ସୋସିଆଲ ଡେମୋକ୍ରାଟିକ୍ ପାର୍ଟିର ନେତ୍ରୀ ମାଗ୍ଡାଲେନା ଶପଥ ନେବା ପରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ ପ୍ରସ୍ତାବ ରଖିଥିଲେ । କିନ୍ତୁ ତାଙ୍କୁ ଆବଶ୍ୟକ ସାଂସଦଙ୍କ ସମର୍ଥନ ମିଳି ନ ଥିଲା। ଏପରି କି ଗ୍ରୀନ୍ ପାର୍ଟି ସଦସ୍ୟମାନେ ମଧ୍ୟ ପ୍ରସ୍ତାବରେ ସମର୍ଥନ କରି ନ ଥିଲେ । ସଂଖ୍ୟାଗରିଷ୍ଠତା ନ ମିଳିବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ମାଗ୍ଡାଲେନାଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ନୂଆ ସରକାର ଗଠନ ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ।