ବାଲିଗୁଡ଼ା ପକ୍ଷରୁ ଶୌଚମୁକ୍ତ ଅଞ୍ଚଳ ଓ ୱାର୍ଡ଼ ପାଇଁ ସଚେତନତା କାର୍ଯ୍ୟକ୍ରମ

(ବନବାସି ପ୍ରଧାନ) : ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ତରଫରୁ ପ୍ରତ୍ୟେକ ୱାର୍ଡ଼ ର ସ୍କୁଲକୁ ଯାଇ ଖୋଲା ଶୌଚମୁକ୍ତ ଅଞ୍ଚଳ ଓ ୱାର୍ଡ଼ ଘୋଷଣା ପରିପେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲ । କିପରି ପାଇଖାନା ବ୍ୟବହାର କରିବେ ଖୋଲାରେ ଶୌଚ କରିବେ ନାହିଁ ତାହା ଉପରେ ପିଲାଙ୍କୁ ବୁଝାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏନ୍ସି ଅଧ୍ୟକ୍ଷା ମମତା ବେହେରା, କାଉନ୍ସିଲର ଶିରିଶ ପ୍ରଧାନ ସମତେ ଏନ୍ଏସିର ସମସ୍ତ କାର୍ଯ୍ୟକତ୍ତା ଓ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମଟି ବର୍ତ୍ତମାନ ସୁଧା ପ୍ରାୟ ଚାରୋଟି ଓ୍ବାଡ ସଂପୂଣ୍ଣ ହୋଇଥିବାବେଳେ ଆହୁରି ଆଠଗୋଟି ୱାର୍ଡ଼ରେ ଏହି ସଚେତନା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତୀ ।ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା ଶୌଚ ସୁନ୍ଦର ଆମ ପରିମଳ ।
.