ଗଞ୍ଜାମ ଜିଲ୍ଲା / ରଜନୀକାନ୍ତ ପାତ୍ର : ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଲ୍ଲିକୋଟରେ । ମୃତ ଛାତ୍ର ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡ଼ିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) । ସୂଚନାନୁସାରେ , ସେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷବର୍ଷର ଛାତ୍ର ଥିଲେ । ଯେ ଗତକାଲି କୁନାଲ ନିଜର ଶେଷ ସେମିଷ୍ଟାର ପରୀକ୍ଷା ଦେଇ ହଷ୍ଟେଲକୁ ଫେରିଥିଲେ । ଗତକାଲି ସେ ଅନର୍ସର ଶେଷ କୋର୍ ପେପର୍ ପରୀକ୍ଷା ଦେଇଆସିଥିବା ବେଳେ ବୁଧବାର ଦିନ ଆଉ ଏକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ରାତିରେ ଅନ୍ୟ ସହପାଠୀଙ୍କ ସହ ହଷ୍ଟେଲ କ୍ୟାଣ୍ଟିନରେ ରାତ୍ରଭୋଜନ କରି ଆସି ନିଜ ରୁମ ଶୋଇଥିଲେ । ହେଲେ ସକାଳୁ ଅନେକ ସମୟ ଧରି ଉଠିନଥିବା ବେଳେ ଖାଇବା ନିମନ୍ତେ ତାଙ୍କୁ ତାଙ୍କର ଜଣେ ସାଙ୍ଗ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ । ହଷ୍ଟେଲରେ ରହୁଥିବା ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ।କଲେଜ କର୍ତ୍ତୃପକ୍ଷଙ୍କୁ ଘଟଣା ସ୍ଥଳକୁ ପହଞ୍ଚି ପ୍ରଥମେ ପୁଲିସକୁ ପରେ ପରିବାର ବର୍ଗକୁ ଖବର ଦେଇଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍କେସିଜିକୁ ନିଆଯାଇଥିଲା ।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ କୁନାଲଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିବା ବେଳେ ସଠିକ ତଦନ୍ତ ଦାବି କରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୁନାଲଙ୍କ ଶବକୁ ଜବତ କରିଥିଲା ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁନାଲଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛନ୍ତି ।