ସିକ୍ୟୁରୀଟି ଗାର୍ଡଙ୍କ ସନ୍ଦେହଜନକ ମୃ…

ସିକ୍ୟୁରୀଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ। ଆପାର୍ଟମେଣ୍ଟ ରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି ଚନ୍ଦନ ଦାସ । ଘର ବାଲେଶ୍ଵର ଜିଲ୍ଲାର ସୋର । ତମାଣ୍ଡୋ ଥାନା କେନ୍ଦ୍ରୀୟ ବିହାର ଠାରେ ଘଟିଛି ଘଟଣା । ପୂର୍ବରୁ କିଛି ସିକ୍ୟୁରୀଟି ଗାର୍ଡଙ୍କ ମଧ୍ୟରେ ଚାଲିଥିଲା ବିବାଦ। ଯେଉଁ ବିବାଦ ପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ସନ୍ଦେହ ଅଧିକ ଘନେଇଛି। ତମାଣ୍ଡୋ ଥାନା ପୋଲିସ ପରିବାର ଲୋକଙ୍କ ଅଭିଯୋଗ ମୁତାବକ କେସ ନମ୍ବର ୭୮/୨୬ରେ ଏକ ହତ୍ୟା ମାମଲା ରୁଜୁ କରିଛି । ବିଭିନ୍ନ ଦିଗକୁ ନେଇ ଛାନଭିନ ଚଳାଇଛି ତମାଣ୍ଡୋ ଥାନା ପୋଲିସ । ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି ତମାଣ୍ଡୋ ଥାନା ଅଧିକାରୀ ।