ସାଂଗଠନିକ ପରିବର୍ତ୍ତନ ବାବଦ ରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି : ସୁଧୀର ସାମଲ

ଭୁବନେଶ୍ୱର: ବିଜେଡ଼ି ଢୋଲ ଭିତରେ ମୂଷା ଉପାଖ୍ୟାନ କୁ କାଉଣ୍ଟର। ଦଳ ବିରୋଧୀ ତତ୍ତ୍ଵ ଙ୍କ ବିରୋଧ ରେ ବାହାରିଲେ ବରିଷ୍ଠ ନେତା। ଗଛ ଅଛି, ପତ୍ର ଝଡିଛି। ପାଣି ଦେଲେ ପୁଣି କଅଁଳିବ। କିନ୍ତୁ କିଛି ଲୋକ ତାକୁ ନକରି ଗଛ କାଟିବାକୁ ଚେଷ୍ଟା କରନ୍ତି। ଢୋଲ ଭିତ ରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଚି ତାହା ବ୍ୟକ୍ତିଗତ। କିନ୍ତୁ ଦଳ ଆଗକୁ ଯିବ। ସାଂଗଠନିକ ପରିବର୍ତ୍ତନ ବାବଦ ରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି। ଦଳ ଲୋକଙ୍କ ସହ ଥିଲା, ଅଛି। ଆଗାମୀ ଦିନରେ ଦଳ ଲୋକଙ୍କ ସହ ଦଳ ରହିବ ସେନେଇ ନବୀନ ସାଂଗଠନିକ ସ୍ତର ରେ ପରିବର୍ତନ କରିବେ। ୧୯୯୮ ରୁ ଦଳ ର ନେତା ନବୀନ ଅଛନ୍ତି, ଚାଲିଛି ଚାଲିବ। କୋଉଠି ନା କୋଉଠି ଟିକେ ଦୁର୍ବଳତା ରହିଛି ଯୋଉଥିପାଇଁ ରେଜଲ୍ଟ ଏପରି ଆସିଲା। ତାକୁ ସୁପ୍ରିମୋ ଆଲୋଚନା କରୁଛନ୍ତି।