ନୂଆଦିଲ୍ଲୀ-: ସିଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୋଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବି.ଭି. ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି ।
ସୁପ୍ରିମକୋର୍ଟ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ମାମଲାରେ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ, ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଜାରି ରହିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ପୂଜା ଖେଡକରଙ୍କୁ ମେ’ ୨ ତାରିଖରେ ତଦନ୍ତ ପାଇଁ ଉପସ୍ଥିତ ହେବାକୁ ପଡିବ । ଏହା ସହିତ, ସୁପ୍ରିମକୋର୍ଟ ପୂଜାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେ ତଦନ୍ତରେ ସହଯୋଗ ନ କରନ୍ତି, ତେବେ କୋର୍ଟ କଠୋର ନିଷ୍ପତ୍ତି ନେବେ । ଏବେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୧ ତାରିଖରେ କରିବେ ।
ବର୍ତ୍ତମାନ, ପୂଜା ଖେଡକରଙ୍କ ମାମଲା ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ କରାଯାଉଛି । ଜଣାଶୁଣା ଯେ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ପରୀକ୍ଷାରେ ଠକେଇ ଏବଂ ଓବିସି ଏବଂ ଦିବ୍ୟାଙ୍ଗ କୋଟାର ଭୁଲ ଫାଇଦା ଉଠାଇବା ଅଭିଯୋଗ ରହିଛି ।