ଭୁବନେଶ୍ୱର: ଆଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ପୋଲିସ ଡିଜି ସୁନିଲ ବଂଶଲ । ୧୯୮୬ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଅଭୟ ଆଜି ଅବସର ଗ୍ରହଣ କରୁଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ଗ୍ରହଣ କରିଛନ୍ତି ଦାୟିତ୍ୱଭାର ।
କାର୍ଯ୍ୟକାଳର ଶେଷ ଦିନରେମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଡିଜିପି ଅଭୟ। ଓଡିଶା ପୋଲିସର କାର୍ଯ୍ୟକାରିତା ନେଇ କରିଛନ୍ତି ବିସ୍ତୃତ ଆଲୋଚନା। ଦୀର୍ଘ ୨ବର୍ଷ୨୨ ଦିନ ଧରି ଓଡିଶା ପୋଲିସର ଦାୟିତ୍ୱ ସମ୍ଭାଳିଥିଲେ ଶ୍ରୀ ଅଭୟ ।
ଶ୍ରୀ ବଂଶଲ ମୟୂରଭଞ୍ଜ ଜିଲ୍ଲା ଏସପି ଭାବରେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଡିଜିପିଙ୍କ ପଦବୀ ପାଇଁ ରାଜ୍ୟସରକାର ୧୪ଜଣ ବରିଷ୍ଠ ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ । ସେମାନଙ୍କ ମଧ୍ୟରେ ସୁନିଲ ବଂଶଲ, ମନୋଜ ଛାବ୍ରା ଓ ସନ୍ତୋଷ ଉପାଧ୍ଧୟଙ୍କ ନାମ ଆଗରେ ଥିଲା ।