ଆଜି ପବିତ୍ର ସୁନିଆଁ ଉତ୍ସବ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି

ପୁରୀ: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ପରେ ନୀତି ଆରମ୍ଭ ହେବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠାରୁ ଗତପତି ମହାରାଜ ଦିବ୍ୟସିଂହଙ୍କର ଦେବଙ୍କର ଆରମ୍ଭ ହୋଇଛି ୧୪ ଶହ ୩୩ ସାଲ ୬୯ ଅଙ୍କର ପ୍ରବେଶ । ଗଜପତି ମହାରାଜଙ୍କର ଆଜିଠୁ ୬୯ ଅଙ୍କ ଆରମ୍ଭ । ଏହି ଅବଶରରେ ଆଜି ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜି ସଂନ୍ଧ୍ୟାରେ କନକଦୁର୍ଗା ,ଶ୍ୟାମାକାଳୀ,ରାଧାକୃଷ୍ଣ,ନୃସିଂହଙ୍କର ପୂଜାର୍ଚ୍ଚାନା କରିବେ ଗଜପତି । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ଅନୁଷ୍ଠିତ ହେବ ।

ସେଥିପାଇଁ ଆଜି ପ୍ରଥମେ ରାଜନଅରକୁ ପରିଷ୍କାର କରି ଚୁନାପାଣି ଛିଞ୍ଚା ଯିବା । ସେବକ ଓ ଚିତ୍ରକରମାନେ ଗେରୁ ଓ ନୂଆ ଅରୁଆ ଚାଉଳ ପିଠଇରେ ସୁନ୍ଦର ଝୋଟି ଆଙ୍କିବେ । ଏହା ପରେ ଶ୍ରୀନଅରରେ ବରୁଣ ପୂଜା ,ବାସ୍ତୁପୂଜା ,ଅସ୍ତ୍ରପୂଜା ,ଆଦି ସମ୍ପନ୍ନ ହେବ ପରେ ପାଶ୍ୱର୍ , ଶୁଭଖୁଣ୍ଟି ,ଦେବତା ,ଦଶଦିଗପାଳ ,ନବଗ୍ର ଓ ରାଜପ୍ରସାଦର ଇଷ୍ଟଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏହା ପରେ ରାଜଗୁରୁଙ୍କ ଉପସ୍ଥିତିରେ ଗଜପତିଙ୍କ ଉଦ୍ଦେଶ୍ୟରେ ସୁନିଆଁ ଭେଟି ପ୍ରଦାନ କରାଯିବ । ନବଜାତକଙ୍କ ଜନ୍ମପତ୍ରିକା ଓ ପ୍ରଚଳିତ ହେଉଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ । ସେପଟେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଭଗବାନ ବିଷ୍ଣୁଙ୍କର ୧୦ ଅବତାର ମଧ୍ୟରୁ ବାମନ ଅବତାର ଅନ୍ୟତମ । ଏହା ବିଷ୍ଣୁଙ୍କର ପଞ୍ଚମ ଅବତାର । ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେବ।