ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା । ମଧୁବାବୁ ପେନସନ , ଜାତୀୟ ୂସାମାଜିକ ଯୋଜନାରେ ସହାୟତା ଦିଆଯିବ । ଯାହାକି ଏହି ସହାୟତାରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ମେ ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବ । ସେହିପରି କିନ୍ନରଙ୍କ ପାଇଁ କାମ କରୁଥିବା ୧୧ଅନୁଷ୍ଠାନକୁ ସହାୟତା ଦିଆଯିବ । ୧୧ଟି ଅନୁଷ୍ଠାନଙ୍କୁ ୨କୋଟି ୫୦ଲକ୍ଷ ଟଙ୍କା ଦିଆଯିବ । ଶହେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ସରକାର । ଏସଏସପିଡ଼ି ଅଧୀନରେ ରହିଛି ୧୦୩ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ମାସିକ ୧୭୬୦ଟଙ୍କା ମିଳିବ । ସେମାନେ ସଚେତନ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ କାମ କରିବେ । ପୂର୍ବରୁ ୧୨ଶହ ଟଙ୍କା ପଢ଼ୁଥିବା ପିଲାଙ୍କୁ ମିଳୁଥିଲା । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।