ବିଜେପିରେ ସାମିଲ ହେଲେ ସୁଜିତ କୁମାର

0

ଭୁବନେଶ୍ୱର: ପଦ୍ମ ଧରିଲେ ସୁଜିତ କୁମର । ବିଜେପିରେ ସାମିଲ ହେଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ହେଲେ ସାମିଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ସାଂସଦ ଭର୍ତ୍ତୃହରିଙ୍କ ଉପସ୍ଥିତିରେ ସାମିଲ । ରାଜ୍ୟ ପ୍ରଭାରୀ ବିଜୟ ପାଲ୍ସିଂ ତୋମର ବି ଉପସ୍ଥିତ ଥିବା ସୂଚନା । ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ନେତା ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ । କାର୍ଯ୍ୟକାଳ ସରିବାର ପ୍ରାୟ ୧୮ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଏପ୍ରିଲ ୨୦୨୦ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏଣେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଜିତ କୁମାରଙ୍କୁ ବହିଷ୍କାର କରିଛନ୍ତି । କଳାହାଣ୍ଡିବାସୀଙ୍କ ପ୍ରତି ଥିବା ନିଜର କର୍ତ୍ତବ୍ୟ ପାଳନ କରୁନଥିଲେ ସୁଜିତ କୁମାର । ବିଜେଡିରୁ ବହିଷ୍କାର ପରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର ।