ପୁରୀ/ଜୟନ୍ତ କୁମାର ସେଠି: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ୱାରା ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ,ତାହାର ଜ୍ୱଳନ୍ତ କଳାକୃତି ପ୍ରଦର୍ଶିତ କରିଛନ୍ତି। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ। ତେଣୁ ସୁଦର୍ଶନ ତାଙ୍କ ବାଲୁକାକଳା ମାଧ୍ୟମରେ ଏହାର ଭୟାବହତା ଦର୍ଶେଇବା ସହSAY NO TO TOBACCOର ସଚେତନତା ବାର୍ତ୍ତା ଦେଇଛନ୍ତି। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।