ବିଷମକଟକକୁ ଉପଖଣ୍ଡର ମାନ୍ୟତା ଦାବି

0

ରାୟଗଡ଼ା / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମକଟକ ଏକ ପୁରାତନ ବ୍ଲକ। ଜନସଂଖ୍ୟା ଦୃଷ୍ଟିରୁ ଓ ଉପଖଣ୍ଡ ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ,ଭୌଗଳିକ ମାନଦଣ୍ଡ ଥିବା ସତ୍ତ୍ବେ ୧୯୯୩ ମସିହା ଠାରୁ ବିଷମକଟକ ଜନସାଧରଣ ବହୁସମୟରେ ଉପଖଣ୍ଡ ପାଇଁ ଦାବିକରି ଆସୁଛନ୍ତି । କିନ୍ତୁ ସରକାର ଏ ଦିଗର କୌଣସି ପଦକ୍ଷେପ ନ ନେଇଥିବା ଯୋଗୁ ବିଷମକଟକ ଜନସାଧାରଣ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏ ଦିଗରେ ଆଜି ବିଷମ କଟକ ରାଜସ୍ବବଙ୍ଗଳା ଠାରେ ବିଭିନ୍ନ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ର ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଆସନ୍ତା ୧୭ ତାରିଖରେ ଏକ ବିଶାଳ ସୋଭାଯାତ୍ରା ସହ ବିଷମ କଟକ କୁ ଉପଖଣ୍ଡ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଆନ୍ଦୋଳନ ତୀବ୍ରତର କରିବା କୁ ନିର୍ଣ୍ଣୟ କରାଯାଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ସଭାପତି ଭାବେ ଚନ୍ଦ୍ରମୌଳି ପଟ୍ଟନାୟକ, ଉପସଭାପତି ଭାବେ ଦିଲ୍ଲିପ ମହାରଣା, ଗୋପାଳକୃଷ୍ଣ ପଟ୍ଟନାୟକ, ପୃଥିବୀରାଜ ସାହୁ, କସାଦକ୍ଷ ଭ।ବେ କୁଳନାଥ ପ।ଢ଼ି, ପରାମର୍ଶ ଦାତା ଭ।ବେ କମିଟିରେ ମନ୍ମଥ ରାଓ, କୃଷ୍ଣଚନ୍ଦ୍ର ସାହୁ, ଦିଲ୍ଲିପ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି।