(ଓମ୍ ପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ବିଶ୍ୱ ପ୍ରସିଦ୍ଧ ଐତିହାସିକ ବଳୀଯାତ୍ରା ଆରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହରରେ ଥିବା ଅଷ୍ଟଚଣ୍ଡୀ ତଥା ଇଷ୍ଟଦେବୀ ସୁରେଶ୍ୱରୀ, ଖମ୍ବେଶ୍ୱରୀ, ସମଲେଶ୍ବରୀ, ଭଗବତୀ, ଲଙ୍କେଶ୍ୱରୀ, ବୁଢାରଜା ଦେବୀ ପୀଠରେ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବଳୀଯାତ୍ରା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ପାଇଁ ସୋନପୁର ଗଡଜାତର ଐତିହାସିକ ବଳୀଯାତ୍ରା ଫିକା ପଡିଛି । ଏବର୍ଷ ସମ୍ବଲେଶ୍ୱରୀ ମନ୍ଦିର ରୁ ବାହୁତି ଛତ୍ର ବାହାରି କରୋନା କଟକଣା କୁ ମାନି ଜୁଡାଖୁମ୍ବ ଦେଇ ବୁଢାରଜା ମନ୍ଦିରକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରାଯାଇଥିଲା। ବିନା ବରୁଆରେ ଏବର୍ଷ ବୁଢାରଜା ମନ୍ଦିରରୁ ସମ୍ବଲେଶ୍ୱରୀ ମନ୍ଦିରକୁ ବାଉତୀ ଛତ୍ର ଧରି ଫେରିବା ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁଁ ନିୟମ ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଛି । ଐତିହାସିକ ବଳିଯାତ୍ରାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।