ମଝିରେ ମଝିରେ କ୍ଲାସ ନକଲେ ଭିସା ହରାଇବେ ଛାତ୍ରଛାତ୍ରୀ

0

ଆମେରିକା-: ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଝିରେ ମଝିରେ କ୍ଲାସ ନ କରିବା କିମ୍ବା ଅଧାରୁ ସେମାନଙ୍କ ପାଠ୍ୟକ୍ରମ ନ ଛାଡ଼ିବାକୁ ଆମେରିକା ଚେତାବନୀ ଦେଇଛି । ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭିସା ହରାଇବା ଆଶଙ୍କା ରହିଛି । ଭବିଷ୍ୟତରେ ସେମାନେ କୌଣସି ଆମେରିକୀୟ ଭିସା ପାଇଁ ଆବେଦନ ବି କରିପାରିବେ ନାହିଁ ବୋଲି ଆମେରିକା ସରକାର ଚେତାବନୀ ଦେଇଛନ୍ତି । ଯଦି କିଏ ଶିକ୍ଷାନୁଷ୍ଠାନକୁ ନ ଜଣାଇ ପାଠପଢ଼ା ଛାଡି ଦିଅନ୍ତି, କ୍ଲାସ୍ ନ କରନ୍ତି ତେବେ ଛାତ୍ରଛାତ୍ରୀଙ୍କ ଭିସା ବାତିଲ ହୋଇପାରେ । ଏସବୁ ସମସ୍ୟାକୁ ଏଡାଇବା ପାଇଁ ସର୍ବଦା ଭିସା ସର୍ତ୍ତାବଳୀ ପାଳନ କରିବା ସହ ଛାତ୍ରଛାତ୍ରୀ ମାନେ ନିଜର ମାନ୍ୟତା ବଜାୟ ରଖନ୍ତୁ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ।