ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ମାଟିକ୍ର ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିିକ ପରୀକ୍ଷା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ତେବେ ମୋଟ ୫ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ଏଥି ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଗଞ୍ଜାମ ଜିଲ୍ଲାରେ ୬୦୬ ବିଦ୍ୟାଳୟ ର ୪୫ ହଜାର ୬୩୯ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି । ପ୍ରଶ୍ନ ଓ ଉତ୍ତର ଖାତା ସୁରକ୍ଷିତ ରଖିବା ପାଇଁ ୧୬ଟି ନୋଡାଲ କେନ୍ଦ୍ର ହୋଇଥିବା ବେଳେ ୨୧୭ଟି ପରୀକ୍ଷା କେନ୍ଦ୍ର ହୋଇଛି ।