ଭୁବନେଶ୍ୱର: ଆଜିଠାରୁ ଓଜେଇଇ କାଉନସେଲିଂ । ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟେସନ କରିପାରିବେ ଛାତ୍ରଛାତ୍ରୀ । ଓଜେଇଇ ୱେବସାଇଟରେ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବି.ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ ଏମସିଏ ପଢିବା ପାଇଁ ଆବେଦନ କରିପାରିବେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ । ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା । ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା । ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ଡକ୍ୟୁମେଣ୍ଟ ଭେରିଫିକେସନ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟରେ ନାମଲେଖାଇବା ପାଇଁ ଓଜେଇଇ କାଉନସେଲିଂ କରିଥାଏ ।