ରାଜ୍ୟ ପ୍ରଦୂଷଣ ବୋର୍ଡର କଡା ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ବୋଡ ର୍ ପାର୍ବଣ କମିଟିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପାର୍ବଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଛି। ପ୍ରାକୃତିକ ରଙ୍ଗ ବ୍ୟବହାର ସହ ଥର୍ମକୋଲ ବ୍ୟବହାର ନ କରିବାକୁ କଡ଼ା ନିର୍ଦେଶ ଦିଆଯାଇଛି। ଏନେଇ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନିୟମ ଖିଲାପ କଲେ ସମ୍ପୃକ୍ତ ପୂଜା କମିଟି ଉପରେ ହେବ ଜରିମାନା ଓ ଦୁଇ ବର୍ଷ ପୂଜା ଉପରେ କଟକଣା ଲାଗିବ ବୋଲି କୁହାଯାଇଛି।