ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ନକଲି ସାରକୁ ନେଇ ସରକାର ତତ୍ପର । ଏଣିକି ଚାଷୀଙ୍କୁ ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ସେ କହିଛନ୍ତି , କୌଣସି ସ୍ଥାନରେ ନକଲି ସାର ନେଇ ଯଦି ଅଭିଯୋଗ ଆସେ ତାହାଲେ ସେମାନଙ୍କୁ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ରାଜ୍ୟରେ ସାର ଅଭାବ ନେଇ ଅନେକ ଜିଲ୍ଲାରୁ ଅଭିଯୋଗ ଆସୁଛି । ଏଥିସହିତ ନକଲି ସାର ବିକ୍ରି ହେଉଥିବାର ଲୋକେ ଅଭିଯୋଗ କରିଛନ୍ତି । ପଟାସ ସାରର ଡୁପ୍ଲିକେଟ୍ କରି ବିକୁଛନ୍ତି ଦଲାଲ । ଆଉ ମୋଟା ଅଙ୍କର ଟଙ୍କା ବି ଲାଭ କରୁଛନ୍ତି । ବାଲି ବସ୍ତାରେ ରଙ୍ଗ ବୋଳି ପଟାସ ସାର ବୋଲି କରୁଛନ୍ତି ବିକ୍ରି । ଯାହାର ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜୟପୁରରୁ । ଆଉ ନକଲି ସାର ବସ୍ତା ଧରି ଏବେ ଧାରଣାରେ ବସିଛନ୍ତି ଚାଷୀ । ଏହାପରେ ତତ୍ପର ହୋଇ ଉଠିଛନ୍ତି ସରକାର ।