ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ମୟୂରୀଭଞ୍ଜ ଜିଲ୍ଲାର ଏସପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ମୟୂରୀଭଞ୍ଜ ଜିଲ୍ଲାର ଏସପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ଉନୟନ ପରିଷଦ ପକ୍ଷରୁ ବାରିପଦା ଠାରେ ଆଦିବାସୀ ମାନଙ୍କର ଏକ ମିନି ମାରାଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମିନି ମରାଥାନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟକୁ ଦୀର୍ଘ ୨୫ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳର ନେତା ମନ୍ତ୍ରୀ କର୍ମୀ ମାନେ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବା ପୋଷାକ ପିନ୍ଧି ଆସିଥିଲେ ।  ମୟୂରୀଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ଏବଂ ମୟୂରୀଭଞ୍ଜ ଜିଲ୍ଲାର ଏସପି ବି ଗଙ୍ଗାଧର ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବା ପୋଷାକ ପିନ୍ଧି ବିଜୁ ଜନତା ଦଳର ପ୍ରଚାର ପ୍ରସାର କରୁଥିବାର ଦେଖିବାକୁ ମିଳିଥିଲା।ମୟୂରୀଭଞ୍ଜ ଜିଲ୍ଲାପାଳ ଏବଂ ଏସପି ସରକାରୀ ଅଫିସର ହୋଇ ଦଳୀୟ ପ୍ରଚାର କରିବା ଆଇନିର ଉଲଘଂନ କରିବା ଏହି ଘଟଣାକୁ ସାରା ରାଜ୍ୟରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।  ମୟୂରୀଭଞ୍ଜ ଜିଲ୍ଲାପାଳ ଏବଂ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି ସୁବ୍ରତ କୁମାର ଦାଶ କେଶ  ଦାଏର କରି ନ୍ୟାୟ ପାଇଁ ଲଢେଇ କରିବ ରାଜ୍ୟ ସଭାପତି ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଓଡିଶା, ମୁଖ୍ୟ ଶାସନ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |ମାନ୍ୟବର କମିଶନଙ୍କ ନିକଟରେ ଆମର ଦାବି ଏହି ସମ୍ବେଦନଶୀଳ ଘଟଣାରେ ମୟୂରୀଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ଏବଂ ମୟୂରୀଭଞ୍ଜ ଜିଲ୍ଲାର ଏସପି ବି ଗଙ୍ଗାଧରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଛନ୍ତି ।