ନିଶା କାରବାର ଉପରେ ଏସଟିଏଫର ଜିରେ ଟଲେରାନ୍ସ , ଜବତ ହେଲା ଅଧକିଲୋରୁ ଉଦ୍ଧ୍ୱର୍ ବ୍ରାଉନସୁଗାର

ଭୁବନେଶ୍ବର: ପାର୍ବଣ ପୂର୍ବରୁ ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ । କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ମାରୁତି କାରରେ ଚାଲାଣ ହେଉଥିଲା ଏହି ଧଳାଜହର । ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି STF । କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ ଜାରି ରଖିଛି ଏସଟିଏଫ ।

ପାର୍ବଣଙ୍କୁ ଦୃଷ୍ଟିରେ ରଖି ସ୍ପେଶାଲ ଡ୍ରାଇଭ ଜାରି ରଖିଛି STF ।  ୨୦୨୦ ରୁ ଏବେ ମଧ୍ୟରେ ୭୨ କେଜି ବ୍ରାଉନସୁଗର ଜବତ ହୋଇ ସାରିଛି।  ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ, ୩ କେଜି ୬୫୦ ଗ୍ରାମ ଅଫିମ ଜବତ କରିଛି STF । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି STF ଏସପି ସୂଚନା ଦେଇଛନ୍ତି।

ସେହିପରି କମିଶନରେଟ ପୁଲିସ ହାତରେ ୪ ଜଣ ଗଞ୍ଜେଇ ମାଫିଆ ପଡ଼ିଛନ୍ତି।  ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ ।  କାର ସହ ଚାରି ବେପାରୀଙ୍କୁ ମାଡି ବସିଛି କ୍ରାଇମ ସ୍ପେଶାଲ ୟୁନିଟ । କାର ଭିତରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କାର ଯୋଗେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ । ଏ ନେଇ ସୂଚନା ଦେଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ