ନୂଆଖାଇ ପାଇଁ ବାହାରିଲା ଲଗ୍ନ : ସେପ୍ଟେମ୍ୱର ୧ରେ ନବାନ୍ନ ଲାଗି ହେବ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳାଲଗ୍ନ ସେପ୍ଟେମ୍ବର ୧ତାରିଖରେ ନୂଆଁଖାଇ ପାଳନ କରାଯିବ ।

ସକାଳ ୧୦.୪୭ରୁ ୧୧ ଟା ମଧ୍ୟରେ ମା ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ଏହି ଲଗ୍ନ ଅନୁସାର ପଶ୍ଚିମ ଓଡିଶା ବାସୀ ନୂଆଁ ଖାଇବେ । ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ।