ରାଜ୍ୟରେ ଏସାଇଆର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ବଡ଼ ସୂଚନା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସରିଛି । ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ ୨୦୦୨ରେ ମଧ୍ୟ ଅଛନ୍ତି ।
ନିର୍ବାଚନ ଅଧିକାରୀ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସାରିଥିବା କହିଛନ୍ତି । ବାକିଥିବା ୧୦ ପ୍ରତିଶତ ସହରାଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶେଷ କରି ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି । ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ନାମ ଯାଞ୍ଚ ପାଇଁ ନିକଟସ୍ଥ ବିଏଲଓ ଏବଂ ଡିଜିଟାଲ ମାଧ୍ୟମରେ ECINET ପୋର୍ଟାଲ ଏବଂ ମୋବାଇଲ, Voter Service ପୋର୍ଟାଲ ଓ CEO Odisha ୱେବସାଇଟରେ ଯାଞ୍ଚ କରିବାକୁ କୁହାଯାଇଛି । ଏଭଳି କ୍ଷେତ୍ରରେ BLOଙ୍କୁ ଜଣାଇବାକୁ କହିଛନ୍ତି ନିର୍ବାଚନ ଅଧିକାରୀ । ୨୦୦୨ରେ ସେମାନେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ ସେ ସମ୍ପର୍କରେ BLOଙ୍କୁ ଜଣାଇବେ ଭୋଟର । ସେହିପରି ଯେଉଁ ଭୋଟର ମାନଙ୍କର ୨୦୦୨ରେ ନାଁ ନଥିଲା ସେମାନଙ୍କ ବାପା ଓ ମାଆଙ୍କ ନାମ କିମ୍ବା ଜେଜେବାପା ଓ ଜେଜେମାଆଙ୍କ ନାଁ ଖୋଜିବାକୁ ପରାମର୍ଶ ଦେଇଛନ୍ତି ।