ପୁଣି ଚର୍ଚ୍ଚାରେ ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ । ନାଁ ନନେଇ ସୁଜାତା ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍ । କହିଲେ ବିଜେଡିକୁ ହାଇଜ୍ୟାକ୍ କରିବାକୁ ପ୍ଲାନ୍ ଚାଲିଛି । ଟାଇଟାନିକ୍ କୁ ସମ୍ପୂର୍ଣ୍ଣ ବୁଡାଇବା ପାଇଁ ବିଶ୍ଵସ୍ତରୀୟ ଯୋଜନା କରାଯାଉଥିବା କହି ଶ୍ରୀମୟୀ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।
/filters:format(webp)/kanak/media/media_files/2025/11/03/sreemayee-fb-post-2025-11-03-11-48-52.jpeg)
ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନ୍ଙ୍କୁ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ । ସେ କହିଛନ୍ତି ଶୁଣିବାକୁ ମିଳୁଛି ଶକ୍ତିନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବାକୁ । ଏଣ୍ଟ୍ରି ହୋଇଗଲେ ପୁଣି ନୂଆ ସମୀକରଣ ହେବ। ଜାମସେଦପୁର ପାଣି ପବନରେ ଯିଏ ବଢିଛି , ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବ। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ । ଶକ୍ତିନାନୀଙ୍କ ଚାଟଶାଳାରେ ବରିଷ୍ଠ ନେତା ଟ୍ୟୁସନ୍ ହେବାର ରାଜ୍ୟବାସୀ ଦେଖିଲେ । ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ତାହା ଦେଖାଯାଉ । ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ତେବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ ?