ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ଜାତୀୟ ଆଲୋଚନାଚକ୍ର

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ରାଇରଙ୍ଗପୁରର ଦକ୍ଷତାବିକାଶ କେନ୍ଦ୍ର ସମ୍ମିଳନୀ କକ୍ଷରେ  ‘ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ’, ରାଇରଙ୍ଗପୁର ପକ୍ଷରୁ ” ବୈଷ୍ଣବ  ତତ୍ତ୍ଵରେ ଶ୍ରୀଜଗନ୍ନାଥ  ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର  ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରକୁ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଯୁକ୍ତ ନବଚରଣ ମାଝୀ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦ୍ଘାଟନ କରିଥିଲେ । ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି  ଭାବେ ଶ୍ରୀ ଯୁକ୍ତ ମାଝୀ,ମୁଖ୍ୟ ବକ୍ତା  ଭାବେ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ପ୍ରଫେସର ଡଃ ହରିହର କାନୁନଗୋ , ସ୍ଵତନ୍ତ୍ର ଅତିଥି  ଭାବେ ଇଂ ରାଧାଶ୍ଯାମ ପାତ୍ର, ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ ମଞ୍ଚାସୀନ ଥିଲେ।ପରିଷଦର ସମ୍ପାଦକ ରଞ୍ଜନ କୁମାର ନନ୍ଦ ମଞ୍ଚରେ ଉପସ୍ଥିତ ରହି ବିବରଣୀ ଉପସ୍ଥାପନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।  ଉଦଘାଟନୀ ଉତ୍ସବରେ ଦୁଇଜଣ ଜଗନ୍ନାଥ ସଂସ୍କୃତି ପ୍ରେମୀ ବ୍ୟକ୍ତି ଶ୍ରୀ ଯୁକ୍ତ ଶଚିକାନ୍ତ କରଙ୍କୁ “ପ୍ରଜ୍ଞାଶ୍ରୀ” ଓ ଶ୍ରୀ ଯୁକ୍ତ କୃଷ୍ଣବିହାରୀ ମହାନ୍ତିଙ୍କୁ” ଡାହୁକଶ୍ରୀ”ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଆୟୋଜିତ ସେମିନାରରେ ପରିଷଦର ସଂଗଠନ ସମ୍ପାଦକ ଡଃ ଦିଗମ୍ବର ଗିରି ଭିତ୍ତି ପ୍ରବନ୍ଧ ଉପସ୍ଥାପନ କଲାପରେ ବିଷ୍ଣୁ ପ୍ରସାଦ ଜେନା, ଲଳିତ ମହାନ୍ତ, ଜଗନ୍ନାଥ ଵଳ, ଡଃ ଭାଗପ୍ରସାଦ ଲେଙ୍କା, ମିତ୍ରଭାନୁ ତନ୍ତି, ବିଜୟ କୁମାର ରାମ, ରାମେଶ୍ବରୀ ପଟ୍ଟନାୟକ, ପତିତପାବନ ଗିରି, ପୁଷ୍ପଲତା ମହାନ୍ତି,ପ୍ରିୟା ଵାରିକ ପ୍ରମୂଖ  “ବୈଷ୍ଣବ ତତ୍ତ୍ଵରେ ଶ୍ରୀ ଜଗନ୍ନାଥ ” ଆଲୋଚନା ଶୀର୍ଷକରେ ନିବନ୍ଧ ମାନ ଉପସ୍ଥାପନ କରିଥିଲେ । ଏହା ପରେ  ସମ୍ମାନନୀୟ ବକ୍ତା ଇଂ ରାଧାଶ୍ଯାମ ପାତ୍ର ଏବଂ ମୁଖ୍ୟ ଆଲୋଚକ ଡ଼୍ଃ ହରିହର କାନୁନଗୋ ଉକ୍ତ ଶୀର୍ଷକ ଉପରେ ବିଶଦ ଆଲୋକପାତ କରିଥିଲେ । ଆଲୋଚନାଚକ୍ରର ନିବନ୍ଧ ପାଠ ପରେ ଡଃ  ମିଲନ ମହାନ୍ତ ସମୀକ୍ଷକ ଭାବେ ନିବନ୍ଧ ଗୁଡିକର ସମୀକ୍ଷା କରିଥିଲେ। ସମୀକ୍ଷା ପର୍ବ ପରେ ସେମିନାର ର ବିଷୟବସ୍ତୁ କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୋତା ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ପରେପରେ ଆଲୋଚନାଚକ୍ରର ନିବନ୍ଧ ପ୍ରସ୍ତୁତିକାରୀଙ୍କୁ  ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପରିଷଦ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ପାତ୍ର,ପ୍ରଦୀପ୍ତ କୁମାର ମହାନ୍ତି, ରବୀନ୍ଦ୍ର ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏବଂ ଉପସଭାପତି କାଳିପ୍ରସନ୍ନ ମହାନ୍ତି, ସହ ସମ୍ପାଦକ କିଶୋର କୁମାର ରଜକ,ସୂର୍ଯ୍ୟକାନ୍ତ ଘଣା,କୋଷାଧ୍ୟକ୍ଷ ମାନସ ରଞ୍ଜନ ପରିଡା, ଶିବଶଙ୍କର ଆଚାର୍ଯ୍ୟ, ଦିନେଶ ବେହେରା, ସିଦ୍ଧାର୍ଥ ପାଲ, ପ୍ରମିଳା ସ୍ବାଇଁ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସଂସ୍କୃତି ପ୍ରେମୀ, ଜଗନ୍ନାଥ ବିଚାରଧାରାର ଉପାସକଗଣ ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ଲିଟିଲ୍ ଫ୍ଲାୱାର୍ ର ସଦସ୍ୟ ଗଣ ଏବଂ ରାଇରଙ୍ଗପୁର ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ରାଇରଙ୍ଗପୁର ହାଇସ୍କୁଲ ର ଛାତ୍ରଛାତ୍ରୀମାନେ ବିଶେଷ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପରିଷଦର ଉପ ସଭାପତି ଅଧ୍ୟାପକ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ ।