କେନ୍ଦୁଝର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ । କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଦେବାଶିଷ ମହାପାତ୍ର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବିରାମ ମୁର୍ମୁ ନାମକ ଜଣେ କର୍ମଚାରୀଙ୍କ ବକେୟା ପାଉଣା ପାଇଁ ସେ ୧୫ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀଙ୍କଠାରୁ ଆଜି ୫ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଉକ୍ତ କିରାଣୀଙ୍କୁ କାବୁ କରି ନେଇଥିଲେ। ପରେ ଦେବାଶିଷ ମହାପାତ୍ରଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ହୋଇଛି।