(ଶୁଭସ୍ମିତା ଦାଶ ) : ନିୟମିତ ମୁଗ ଡ଼ାଲି ଖାଇବା ଶରୀର ପାଇଁ ସ୍ୱାସ୍ଥ୍ୟ କର । ସକାଳୁ ଏହାକୁ ଖାଇଲେ ମିଳିିଥାଏ ଅନେକ ଫାଇଦା । ଏଥିରେ କମ କ୍ୟାଲୋରୀ ରଖିବା ସହ ଭିଟାମିନ ଏ, ବି, ସି,ଏବଂ ଇ ଅଧିକ ପରିମାଣରେ ରହିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ଲୁଚି ରହିଛି । ସେଗୁଡ଼ିକ ହେଲା ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ । ଏହି ସବୁ ଶରୀରକୁ ସୁସ୍ଥ ରଖିବାର ବେଶ୍ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଗଜାମୁଗ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।
୧- ଯେଉଁ ମାନେ ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ସେମାନେ ଏହାକୁ ନିୟମିତ ଭାବରେ ଖାଇବା ଆବଶ୍ୟକ । ଏଥିରେ ସୋଡ଼ିୟମ ନଥିବାରୁୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଓ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ ।
୨- ସକାଳୁ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ହୋଇଥାଏ । ଖାଦ୍ୟ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ ।
୩- ଲିଭର ସମସ୍ୟା ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହର୍ଯ୍ୟ କରିଥାଏ ।
୪- ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା କର୍ଳଟ ରୋଗ ସୃଷ୍ଟିକାରୀ କୋଷିକା ଗୁଡ଼ିକୁ ବଢିବାରେ ରୋକିଥାଏ ।